ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ, ପାସହାର ୭୪.୯୫ ପ୍ରତିଶତ

    0
    744

    ଭୁବନେଶ୍ୱର: ଆଜି ମଧ୍ୟାହ୍ନରେ ଓଡ଼ିଶା ମାଧ୍ୟମିକ ଉଚ୍ଚଶିକ୍ଷା ପରିଷଦ ଭୁବନେଶ୍ୱର, ଦ୍ୱାରା ପରିଚାଳିତ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ପ୍ରକାଶିତ ହୋଇଛି। ଚଳିତ ବର୍ଷ ରାଜ୍ୟରେ ମୋଟ୍‌ ୨୫ ହଜାର ୭୭୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯ ହଜାର ୩୧୮ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ଶତକଡା ୭୪.୯୫ ପ୍ରତିଶତ ରହିଛି। ୧୬ ହଜାର ୬୪୮ ଜଣ ଛାତ୍ରଙ୍କ ମଧ୍ୟରୁ ୧୨ ହଜାର ୨୧୫ ଜଣ ପାସ୍‌ ହୋଇଥିବା ବେଳେ ୯ ହଜାର ୧୨୪ ଜଣ ଛାତ୍ରୀଙ୍କ ମଧ୍ୟରୁ ୭ ହଜାର ୧୦୩ ଜଣ ପାସ୍‌ କରିଛନ୍ତି। ଛାତ୍ରଙ୍କ ପାସ୍‌ ହାର ଶତକଡା ୭୩.୩୭ ହୋଇଥିବା ବେଳେ ଛାତ୍ରୀମାନଙ୍କ ପାସ୍‌ ହାର ଶତକଡା ୭୭.୮ ରହିଛି। ପ୍ରଥମ ଶ୍ରେଣୀରେ ପାସ୍‌ ହାର ଶତକଡା ୩୪.୨ ହୋଇଥିବା ବେଳେ, ଦ୍ୱିତୀୟ ଶ୍ରେଣୀରେ ପାସ୍‌ ହାର ଶତକଡା ୨୨ ଏବଂ ତୃତୀୟ ଶ୍ରେଣୀ ପାସ୍‌ ହାର ଶତକଡା ୪୩.୩ ବିଦ୍ୟାର୍ଥୀ ପାସ୍‌ କରିଛନ୍ତି।

    LEAVE A REPLY

    Please enter your comment!
    Please enter your name here