ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ 

0
350

ରେଢ଼ାଖୋଲ (ମହାବୀର ସିଂ ଦେଓ): ରେଢ଼ାଖୋଲ ସ୍ଥିତ ପଞ୍ଚଖଣ୍ଡା ଇଣ୍ଡୋର ବେଡ଼ମିଣ୍ଟନ ଷ୍ଟାଡିୟମରେ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସଂଘ ସଭାପତି ଗୋବର୍ଧନ ବଘାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ରଶ୍ମିରଂଜନ ମହନ୍ତ, ସମ୍ମାନିତ ଅତିଥି ବିଜ୍ଞାପିତ ଅଂଚଳ ପରିଷଦ ନଗରପାଳ ଶିବରାମ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ଧାରୁଆ ଓ ଜିଲ୍ଲା ପରିଷଦ ସଭ୍ୟ ଶରତ କୁମାର ପ୍ରଧାନ ଉପସ୍ଥିତ ରହି ପ୍ରଶାସନ ଓ ଗଣମାଧ୍ୟମଙ୍କ ମଧ୍ୟରେ ସୁସମ୍ପର୍କ ଓ ଜନସାଧରଣ ସମସ୍ୟା ସମାଧାନ ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବୈକୁଣ୍ଠ ପ୍ରଧାନ, ସୁଶାନ୍ତ ପ୍ରଧାନ, ଅଚ୍ୟୁତାନନ୍ଦ ପୁରୋହିତ, ଶଙ୍କର୍ଷଣ ମହାକୁଡ଼, ଧୂର୍ବଚରଣ ଦାସ, ମହାବୀର ସିଂ ଦେଓ, ରାଜା ପାଲ, ସଂହାର କେଶରୀ ଭଞ୍ଜ, ବରିଷ୍ଠ ବିଜେଡି ନେତା ଅରୁଣ ପ୍ରଧାନ, ଦେବେନ୍ଦ୍ର କୁମାର ସାହୁ, ରୋହିଣୀ ନାୟକ, ପୂର୍ବତନ ଉପନଗରପାଳ ବିଚିତ୍ରାନନ୍ଦ ସାହୁ, ସୌରିପ୍ରସାଦ ବାରିକ, ଅଲେଖାନନ୍ଦ ପ୍ରଧାନ, କାଉନସିଲର ସୁଧାଂଶୁ ଅମାତ, ରାଜୀବଲୋଚନ ପ୍ରଧାନ, ବ୍ରିକ ବହାଦୁର, ଆଖୁଜ ମହାକୁଡ଼, ଅଜୟ ଭିତିରିଆ, ହରେଶ କର୍ଣ୍ଣ,  ଟିନା ପ୍ରଧାନ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ। ସାମ୍ବାଦିକ ରଂଜିତ ଦେହୁରୀ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ଦେବାନନ୍ଦ ପ୍ରଧାନ ଅତିଥି ପରିଚୟ ଦେଇଥିଲେ। ଜେନାମଣୀ ଯୋଗଜନ୍ମା ଦାସ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।


LEAVE A REPLY

Please enter your comment!
Please enter your name here